Home » ବେଦାନ୍ତ ଆଲୁମିନିୟମର #ବେମିସ ଅଲ ଭାରତ- ଇନ ଦ ମେକିଙ୍ଗ ଅଭିଯାନ: ରାଷ୍ଟ୍ର ନିର୍ମାଣରେ ଭାରତର ଯାତ୍ରାକୁ ସମ୍ମାନ
National

ବେଦାନ୍ତ ଆଲୁମିନିୟମର #ବେମିସ ଅଲ ଭାରତ- ଇନ ଦ ମେକିଙ୍ଗ ଅଭିଯାନ: ରାଷ୍ଟ୍ର ନିର୍ମାଣରେ ଭାରତର ଯାତ୍ରାକୁ ସମ୍ମାନ

ଭୁବନେଶ୍ୱର: ଭାରତର ୮୦ତମ ସ୍ୱାଧୀନତା ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ #ବେମିସ ଅଲ ଭାରତ- ଇନ ଦ ମେକିଙ୍ଗ ଅଭିଯାନ ଅଭିଯାନ ଆରମ୍ଭ କରାଯାଇଛି। ଦେଶର ବିକାଶ ଯାତ୍ରାରେ ଆଲୁମିନିୟମର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ନୂଆ ଦୃଷ୍ଟିକୋଣରେ ପ୍ରତିପାଦିତ କରୁଛି ଏହି ଅଭିଯାନ।

ଭାରତ ର୍ନିମାଣ ଏବଂ ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବା ଭାବନାକୁ ଆଧାର କରି ପ୍ରସ୍ତୁତ ଏହି ଅଭିଯାନରେ ଆଲୁମିନାରୁ ଆଲୁମିନିୟମରେ ରୂପାନ୍ତର ପ୍ରକ୍ରିୟା ସହ ନିରନ୍ତର ନିର୍ମାଣ, ବିକାଶ ଓ ପୁନଃନିର୍ମାଣର ପଥରେ ଆଗେଇ ଚାଲିଥିବା ଭାରତର ଯାତ୍ରାକୁ ଯୋଡ଼ାଯାଇଛି। ଶିଳ୍ପ କ୍ଷେତ୍ରର ଏକ ସାଧାରଣ କଞ୍ଚାମାଲ ଭାବେ ଆଲୁମିନିୟମର ପାରମ୍ପରିକ ଧାରଣାକୁ ଅତିକ୍ରମ କରି ଭିତ୍ତିଭୂମି, ପରିବହନ, ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଓ ସମୁଦାୟ ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ ଏହାର ଭୂମିକାକୁ ଅଭିଯାନରେ ଉପସ୍ଥାପନ କରାଯାଇଛି।

ଅଭିଯାନର କାହାଣୀରେ ଆଧୁନିକ ଉତ୍ପାଦନ, ଉନ୍ନତ ପ୍ରଯୁକ୍ତି ଓ ମାନବ ସାମର୍ଥ୍ୟକୁ ଭାରତର ଆଗାମୀ ବିକାଶ ଯାତ୍ରାର ପ୍ରମୁଖ ସ୍ତମ୍ଭ ଭାବେ ଦର୍ଶାଯାଇଛି। ବିଶେଷକରି ମହିଳାମାନଙ୍କ ଭୂମିକା ଓ ସେମାନଙ୍କ ସାମର୍ଥ୍ୟକୁ ଗୁରୁତ୍ୱ ଦିଆଯାଇଛି।

ଏହା ସହିତ ବିକଶିତ ଭାରତର ଦୃଷ୍ଟିକୋଣ ସହ ଆଲୁମିନିୟମର ସମ୍ପର୍କକୁ ମଧ୍ୟ ଅଭିଯାନରେ ଉଜାଗର କରାଯାଇଛି। ପରିବହନ, ବିଦ୍ୟୁତ, ନିର୍ମାଣ, ଅଟୋମୋବାଇଲ, ବୈଦ୍ୟୁତିକ ଯାନ ଓ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ଆଲୁମିନିୟମର ବ୍ୟବହାର ଭାରତର ଭବିଷ୍ୟତ ବିକାଶକୁ କିପରି ସମର୍ଥନ କରୁଛି, ତାହା ଏଥିରେ ପ୍ରଦର୍ଶିତ ହୋଇଛି।

ଦକ୍ଷତାକୁ ଜିବନ ଧାରଣରେ ତଥା ଶିକ୍ଷାକୁ ସୁଯୋଗରେ ରୂପାନ୍ତରିତ କରିବା ଭଳି ବାର୍ତ୍ତା ମାଧ୍ୟମରେ #ବେମିସ ଅଲ ଭାରତ ଅଭିଯାନ ନବସୃଜନ, ସ୍ଥାୟୀ ବିକାଶ ଓ ରାଷ୍ଟ୍ର ନିର୍ମାଣର ସଙ୍ଗମସ୍ଥଳରେ ବେଦାନ୍ତ ଆଲୁମିନିୟମର ଭୂମିକାକୁ ପ୍ରତିପାଦିତ କରୁଛି।

ସ୍ୱାଧୀନତା ଦିବସ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସମ୍ଭାବନା ଓ ଲୋକଙ୍କ ସାମର୍ଥ୍ୟର ଶକ୍ତି ମାଧ୍ୟମରେ ଭାରତ ପାଇଁ ଏକ ଅଧିକ ସୁଦୃଢ଼ ଭବିଷ୍ୟତ ଗଢ଼ିବାର ଭାବନାକୁ ସାମ୍ନାକୁ ଆଣିଛି।

ଅଭିଯାନ ଭିଡିଓ ନିମ୍ନ ଲିଙ୍କରୁ ପାଇପାରିବେ: [#BemisALBharat – In the Making]

ଏହି ଅବସରରେ ବେଦାନ୍ତ ଆଲୁମିନିୟମ୍‌ର ସିଇଓ ରାଜେଶ କୁମାର କହିଛନ୍ତି, “ଭାରତର ବିକାଶ ଯାତ୍ରା ଦେଶର ଲୋକଙ୍କ ଆକାଂକ୍ଷା, ପ୍ରତିଭା ଓ ଉଦ୍ୟମ ଦ୍ୱାରା ଆକାର ପାଉଛି। #ବେମିଶ ଅଲ ଭାରତ ମାଧ୍ୟମରେ ଆମେ ସେହି ଚିନ୍ତାଧାରା, ନବସୃଜନ ଓ ସାମୂହିକ ପ୍ରୟାସକୁ ସମ୍ମାନ ଜଣାଉଛୁ, ଯାହା ଦେଶକୁ ନିରନ୍ତର ଆଗକୁ ବଢ଼ାଉଛି। ଭିତ୍ତିଭୂମି, ଗତିଶୀଳତା, ଶକ୍ତି ଓ ଉତ୍ପାଦନ କ୍ଷେତ୍ର ପାଇଁ ଏକ ମୌଳିକ ଉପାଦାନ ଭାବେ ଆଲୁମିନିୟମ୍ ଭାରତର ବିକାଶକୁ ସକ୍ଷମ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ବେଦାନ୍ତ ଆଲୁମିନିୟମ୍‌ରେ ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ, ନବସୃଜନ ଓ ସ୍ଥାୟୀ ବିକାଶ ମାଧ୍ୟମରେ ବିକଶିତ ଭାରତର ଭିତ୍ତି ନିର୍ମାଣରେ ସହଯୋଗ କରିବାକୁ ଆମେ ପ୍ରତିବଦ୍ଧ।”

ବେଦାନ୍ତ ଆଲୁମିନିୟମ୍‌ର ଝାରସୁଗୁଡ଼ା, ଲାଞ୍ଜିଗଡ଼, ଭବାନୀପାଟଣା, ରାୟଗଡ଼ା ଓ ବାଲକୋର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ #ବେମିଶ ଅଲ ଭାରତର ଭାବନା ପ୍ରତିଫଳିତ ହୋଇଥିଲା। କର୍ମଚାରୀ, ଛାତ୍ରଛାତ୍ରୀ ଓ ପାର୍ଶ୍ୱବର୍ତ୍ତୀ ସମୁଦାୟ ଏକାଠି ହୋଇ ଭାରତର ୮୦ତମ ସ୍ୱାଧୀନତା ଦିବସକୁ ଉତ୍ସାହର ସହ ପାଳନ କରିଥିଲେ।

ଲାଞ୍ଜିଗଡ଼ରେ ଆଲୁମିନା ବ୍ୟବସାୟର ସିଇଓ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ହାଇ-ମାଷ୍ଟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ପାରମ୍ପରିକ ପରେଡ୍ ଏବଂ ଉତ୍କୃଷ୍ଟ କାର୍ଯ୍ୟ କରିଥିବା କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ଡିଏଭି ବେଦାନ୍ତ ଇଣ୍ଟରନେସନାଲ ସ୍କୁଲ ରେ ମଧ୍ୟ ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହା ସହିତ ଛଅଟି ପାର୍ଶ୍ୱବର୍ତ୍ତୀ ଗାଁର ୨୫୦ରୁ ଅଧିକ ପରିବାରରେ ‘ହର ଘର ତିରଙ୍ଗା’ ଅଭିଯାନ ପହଞ୍ଚିଥିଲା। ଭବାନୀପାଟଣା ଓ ରାୟଗଡ଼ାରେ ମଧ୍ୟ ପତାକା ଉତ୍ତୋଳନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମୁଦାୟ ସହଭାଗିତା ମାଧ୍ୟମରେ ଜାତୀୟ ଗର୍ବ ଓ ସାମୂହିକ ଉତ୍ସବର ଭାବନାକୁ ଦୃଢ଼ କରାଯାଇଥିଲା।

ଝାରସୁଗୁଡ଼ା ଓ ବାଲକୋରେ ସ୍ୱାଧୀନତା ଦିବସ ପାଳନ ସହିତ ସୁରକ୍ଷା, ସଶକ୍ତୀକରଣ, ସ୍ୱାସ୍ଥ୍ୟ ଓ ସ୍ଥାୟୀତ୍ୱକୁ କେନ୍ଦ୍ର କରି କର୍ମଚାରୀ ଓ ସମୁଦାୟକୈନ୍ଦ୍ରିକ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ପାଇଁ ଅଗ୍ନି ନିରାପତ୍ତା ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ମହିଳା କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ, ଡ୍ରାଇଭର ସହଯୋଗୀଙ୍କ ପାଇଁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଏବଂ ଫିଟନେସ୍ ଓ ସାମୁଦାୟିକ ଭାବନାକୁ ପ୍ରୋତ୍ସାହିତ କରୁଥିବା ରନ ଫର ଫ୍ରିଡମ ମିନି ମାରାଥନ୍ ଆୟୋଜିତ ହୋଇଥିଲା।

ଏହା ସହିତ ବୃକ୍ଷରୋପଣ ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। କର୍ମଚାରୀମାନଙ୍କୁ ନିଜ ଜନ୍ମଦିନରେ ଚାରା ରୋପଣ କରି ଏକ ସବୁଜ ଉତ୍ତରାଧିକାର ଛାଡ଼ିଯିବାକୁ ପ୍ରୋତ୍ସାହିତ କରାଯାଇଛି। ସୁରକ୍ଷା ଓ ଅନୁପାଳନ ସମ୍ପର୍କିତ ବ୍ୟବସାୟିକ ସହଯୋଗୀଙ୍କ ସହ ଆଲୋଚନା, ବ୍ୟାରାକ୍ ସୌନ୍ଦର୍ଯ୍ୟୀକରଣ ଏବଂ ସୁରକ୍ଷାକର୍ମୀଙ୍କ ପାଇଁ କ୍ରୀଡ଼ା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏହି ପଦକ୍ଷେପଗୁଡ଼ିକ ସୁସ୍ଥତା, ଦଳଗତ ଭାବନା ଓ ସାମୂହିକ ଦାୟିତ୍ୱବୋଧର ସଂସ୍କୃତିକୁ ପ୍ରୋତ୍ସାହନ ଦେଇଥିଲା। ସାମଗ୍ରିକ ଭାବେ ଏହି ପଦକ୍ଷେପଗୁଡ଼ିକ ଏକ ଅଧିକ ସୁରକ୍ଷିତ, ସୁସ୍ଥ ଓ ସମାବେଶୀ ଭାରତ ଗଠନ ପ୍ରତି ବେଦାନ୍ତ ଆଲୁମିନିୟମ୍‌ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।

ଏହି ଉତ୍ସବ ମାଧ୍ୟମରେ #ବେମିଶ ଅଲ ଭାରତ କାର୍ଯ୍ୟକ୍ଷେତ୍ରର ସୀମା ଅତିକ୍ରମ କରି ଶ୍ରେଣୀକକ୍ଷ, ଦକ୍ଷତା ବିକାଶ କେନ୍ଦ୍ର ଓ ସମୁଦାୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହା ଅଭିଯାନର ସେହି ବିଶ୍ୱାସକୁ ପ୍ରତିଫଳିତ କରିଛି ଯେ, ଲୋକ, ଦକ୍ଷତା, ପ୍ରଯୁକ୍ତି ଓ ସୁଯୋଗର ସମନ୍ୱିତ ପ୍ରୟାସରେ ହିଁ ଭାରତର ପ୍ରଗତି ନିର୍ମିତ ହୁଏ। ଏହି ପଦକ୍ଷେପଗୁଡ଼ିକ “ଭବିଷ୍ୟତ ଗଢ଼ି ଜୀବନ ଗଢ଼ିବା” ଏବଂ “ଦକ୍ଷତାକୁ ଜୀବିକାରେ ଓ ଶିକ୍ଷାକୁ ସୁଯୋଗରେ ପରିଣତ କରିବା” ଭଳି ଅଭିଯାନର ବାର୍ତ୍ତାକୁ ତୃଣମୂଳ ସ୍ତରରେ ସାକାର କରିଥିଲା।

ଭାରତ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଥିବା ବେଳେ, ବେଦାନ୍ତ ଆଲୁମିନିୟମ୍ ନବସୃଜନ, ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ, ଦକ୍ଷତା ବିକାଶ ଓ ସମୁଦାୟ ସହଭାଗିତା ମାଧ୍ୟମରେ ଏହି ଯାତ୍ରାକୁ ସହଯୋଗ କରିବାକୁ ପ୍ରତିବଦ୍ଧ। ଏହା ଏକ ଆତ୍ମନିର୍ଭର ଓ ବିଶ୍ୱସ୍ତରୀୟ ପ୍ରତିଯୋଗୀତାମୂଳକ ଭାରତ ଗଠନର ଦୃଷ୍ଟିକୋଣକୁ ସାକାର କରିବାରେ ନିଜର ଅବଦାନ ଜାରି ରଖିବ।