Home » ବେଦାନ୍ତ ଆଲୁମିନିୟମର #ବେମିସ ଅଲ ଭାରତ- ଇନ ଦ ମେକିଙ୍ଗ ଅଭିଯାନ: ରାଷ୍ଟ୍ର ନିର୍ମାଣରେ ଭାରତର ଯାତ୍ରାକୁ ସମ୍ମାନ
National

ବେଦାନ୍ତ ଆଲୁମିନିୟମର #ବେମିସ ଅଲ ଭାରତ- ଇନ ଦ ମେକିଙ୍ଗ ଅଭିଯାନ: ରାଷ୍ଟ୍ର ନିର୍ମାଣରେ ଭାରତର ଯାତ୍ରାକୁ ସମ୍ମାନ

ଭୁବନେଶ୍ୱର. ଭାରତର ୮୦ତମ ସ୍ୱାଧୀନତା ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ #ବେମିସ ଅଲ ଭାରତ- ଇନ ଦ ମେକିଙ୍ଗ ଅଭିଯାନ ଅଭିଯାନ ଆରମ୍ଭ କରାଯାଇଛି। ଦେଶର ବିକାଶ ଯାତ୍ରାରେ ଆଲୁମିନିୟମର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ନୂଆ ଦୃଷ୍ଟିକୋଣରେ ପ୍ରତିପାଦିତ କରୁଛି ଏହି ଅଭିଯାନ।

ଭାରତ ର୍ନିମାଣ ଏବଂ ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବା ଭାବନାକୁ ଆଧାର କରି ପ୍ରସ୍ତୁତ ଏହି ଅଭିଯାନରେ ଆଲୁମିନାରୁ ଆଲୁମିନିୟମରେ ରୂପାନ୍ତର ପ୍ରକ୍ରିୟା ସହ ନିରନ୍ତର ନିର୍ମାଣ, ବିକାଶ ଓ ପୁନଃନିର୍ମାଣର ପଥରେ ଆଗେଇ ଚାଲିଥିବା ଭାରତର ଯାତ୍ରାକୁ ଯୋଡ଼ାଯାଇଛି। ଶିଳ୍ପ କ୍ଷେତ୍ରର ଏକ ସାଧାରଣ କଞ୍ଚାମାଲ ଭାବେ ଆଲୁମିନିୟମର ପାରମ୍ପରିକ ଧାରଣାକୁ ଅତିକ୍ରମ କରି ଭିତ୍ତିଭୂମି, ପରିବହନ, ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଓ ସମୁଦାୟ ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ ଏହାର ଭୂମିକାକୁ ଅଭିଯାନରେ ଉପସ୍ଥାପନ କରାଯାଇଛି।

ଅଭିଯାନର କାହାଣୀରେ ଆଧୁନିକ ଉତ୍ପାଦନ, ଉନ୍ନତ ପ୍ରଯୁକ୍ତି ଓ ମାନବ ସାମର୍ଥ୍ୟକୁ ଭାରତର ଆଗାମୀ ବିକାଶ ଯାତ୍ରାର ପ୍ରମୁଖ ସ୍ତମ୍ଭ ଭାବେ ଦର୍ଶାଯାଇଛି। ବିଶେଷକରି ମହିଳାମାନଙ୍କ ଭୂମିକା ଓ ସେମାନଙ୍କ ସାମର୍ଥ୍ୟକୁ ଗୁରୁତ୍ୱ ଦିଆଯାଇଛି।

ଏହା ସହିତ ବିକଶିତ ଭାରତର ଦୃଷ୍ଟିକୋଣ ସହ ଆଲୁମିନିୟମର ସମ୍ପର୍କକୁ ମଧ୍ୟ ଅଭିଯାନରେ ଉଜାଗର କରାଯାଇଛି। ପରିବହନ, ବିଦ୍ୟୁତ, ନିର୍ମାଣ, ଅଟୋମୋବାଇଲ, ବୈଦ୍ୟୁତିକ ଯାନ ଓ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ଆଲୁମିନିୟମର ବ୍ୟବହାର ଭାରତର ଭବିଷ୍ୟତ ବିକାଶକୁ କିପରି ସମର୍ଥନ କରୁଛି, ତାହା ଏଥିରେ ପ୍ରଦର୍ଶିତ ହୋଇଛି।

ଦକ୍ଷତାକୁ ଜିବନ ଧାରଣରେ ତଥା ଶିକ୍ଷାକୁ ସୁଯୋଗରେ ରୂପାନ୍ତରିତ କରିବା ଭଳି ବାର୍ତ୍ତା ମାଧ୍ୟମରେ #ବେମିସ ଅଲ ଭାରତ ଅଭିଯାନ ନବସୃଜନ, ସ୍ଥାୟୀ ବିକାଶ ଓ ରାଷ୍ଟ୍ର ନିର୍ମାଣର ସଙ୍ଗମସ୍ଥଳରେ ବେଦାନ୍ତ ଆଲୁମିନିୟମର ଭୂମିକାକୁ ପ୍ରତିପାଦିତ କରୁଛି।

ସ୍ୱାଧୀନତା ଦିବସ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସମ୍ଭାବନା ଓ ଲୋକଙ୍କ ସାମର୍ଥ୍ୟର ଶକ୍ତି ମାଧ୍ୟମରେ ଭାରତ ପାଇଁ ଏକ ଅଧିକ ସୁଦୃଢ଼ ଭବିଷ୍ୟତ ଗଢ଼ିବାର ଭାବନାକୁ ସାମ୍ନାକୁ ଆଣିଛି।

ଅଭିଯାନ ଭିଡିଓ ନିମ୍ନ ଲିଙ୍କରୁ ପାଇପାରିବେ: